ଡ୍ରାଇଭର ଆନ୍ଦୋଳନରେ ଆଇନ ଶୃଙ୍ଖଳା ପାଇଁ କଂଗ୍ରେସ ଓ ବିଜେପିର ସମାଲୋଚନା

ଗତକାଲି ରାଜଧାନୀରେ ପ୍ରାୟ 50 ହଜାର ଡ୍ରାଇଭର ଏକାଠି ହୋଇ ବିକ୍ଷୋଭ କରିବା ବେଳେ ପରିସ୍ଥିତି ସମ୍ଭାଳିବାରେ ପୁଲିସ ବିଫଳ ହୋଇଥିବାରୁ ଗୋଇନ୍ଦା ବିଭାଗକୁ ଆଜି ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା l

ସେହିପରି ଏହି ବିକ୍ଷୋଭ ସରକାରୀ ପ୍ରାୟୋଜିତ ଥିଲା ବୋଲି କହିଛନ୍ତି ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ l ଡ୍ରାଇଭରଙ୍କ ଦାବିକୁ ବିଜେପି ସମର୍ଥନ କରୁଥିଲେ ମଧ୍ୟ ସେମାନଙ୍କ ବ୍ୟବହାର ନିନ୍ଦନୀୟ ବୋଲି ସେ କହିଛନ୍ତି l

ବିପଦଜନକ ଅବସ୍ଥାରେ ରାସ୍ତା ପାର୍ଶ୍ୱ ଶୁଖିଲା ଗଛ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଣ୍ଢାଳ ଗ୍ରାମପଞ୍ଚାୟତ ଅଧିନସ୍ଥ ୧୩ନଂ ୱାର୍ଡ ଦେଇ ଯାଇଥିବା ବାଇପାସ ରୋଡ଼ ( ଜାତୀୟ ରାଜପଥ ସୈନିକ ଛକ ଓ ଲିଙ୍ଗରାଜ ରେଲୱେ ବ୍ରିଜ ଦେଇ ଯାଇଥିବା ରାସ୍ତାରେ) ଦୁଇ ଗୋଟି ବିରାଟକାୟ ଶୁଖିଲା ଆମ୍ବ ଗଛ ଅତି ବିପଦଜନକ ଅବସ୍ଥାରେ ରହିଛି।

ଖରା ଦିନରେ କଳାବୈଶାଖି ଆଶଙ୍କା ଥିବାରୁ ଗଛଗୁଡିକ ଯେ କୌଣସି ମୁହୂର୍ତ୍ତରେ ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ସ୍ଥାନୀୟ ଲୋକ କହିଛନ୍ତି। ତେଣୁ ଶୁଖିଲା ଗଛଗୁଡିକୁ ତୁରନ୍ତ ହଟାଇବା ପାଇଁ ଦାବି ହୋଇଛିl

ବୈଶିଙ୍ଗା ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ଜଳଛତ୍ରର ଶୁଭାରମ୍ଭ

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପକ୍ଷରୁ ଥାନା ସମ୍ମୁଖ ରାସ୍ତା ପାର୍ଶ୍ୱରେ ଜଳଛତ୍ର ଆରମ୍ଭ ହୋଇଛି l

ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଉକ୍ତ ଜଳଛତ୍ର କେନ୍ଦ୍ରର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଫିତା କାଟି ଏହାର ଶୁଭଉଦଘାଟନ କରିଥିଲେ l ଆଜି ଥାନା ଅଧିକାରୀଙ୍କ ନେତୃତ୍ୱରେ ତାଙ୍କର ଅନ୍ୟ ସହଯୋଗୀ ମିଶି ଦହିପାଣି ବଣ୍ଟନ କରିଛନ୍ତି l

କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ଦାବି

ପିସିସି ସଭାପତିଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ମଧ୍ୟ ପରିବର୍ତ୍ତନ କରିବା ଜରୁରି ବୋଲି ଆଜି ଦାବି ଉଠାଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା l

ଦଳର ବିଧାୟକ ମାନେ ଏହା ଚାହାଁନ୍ତି ବୋଲି ବୋଲି ସେ କହିଥିବା ବେଳେ ଏହାର ପ୍ରତିକ୍ରିୟାରେ ବିଧାୟକ ଦଳ ନେତା ନରସିଂହ ମିଶ୍ର କିଛି କହିନାହାନ୍ତି l

ଶ୍ରୀରାମ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଶ୍ରୀରାମ ମହାବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଆଠ ଦିନିଆଁ ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦଯାପନୀ ଅବସରରେ ଶ୍ରୀରାମ ମହବିଦ୍ୟାଳୟର ପରିଚାଳନା କମିଟି ସଭାପତି ରମେଶ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ।

ଗୌତିଆ ବିଚିତ୍ରା ପାଢ଼ୀଙ୍କର ପରଲୋକ

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଆଞ୍ଚଳିକ ଧନୁଯାତ୍ରାର ମୁଖ୍ୟ ପୁରୋହିତ ତିଳେଇମାଳର ଗୌତିଆ ବିଚିତ୍ରା ପାଢ଼ୀଙ୍କର ଆଜି ପରଲୋକ ହୋଇଛି l

ଏହି ଖବର ପ୍ରସାରିତ ହେବା ପରେ ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି l

ଅବକାରୀ ବିଭାଗର ଚଢାଉ, ହାଣ୍ଡିଆ ସହ ଜଣେ ଗିରଫ

ସୋନପୁର ଜିଲ୍ଲା ବୀରମହାରାଜପୁର ଅବକାରୀ ବିଭାଗ ଆଜି ବାଗବର ଠାରେ ଚଢ଼ାଉ କରି ସୁଦାମ ପ୍ରଧାନଙ୍କୁ ଗିରଫ କରିଛି।

ଏହି ସମୟରେ ବିଭାଗ ୫୦ ଉର୍ଦ୍ଧ୍ବ ହାଣ୍ଡିଆ ଭର୍ତ୍ତି ମାଠିଆ ଜବତ କରିଛି।

ବିଧାୟକଙ୍କୁ ପିସିସି ସଭାପତି କରିବା ଦାବିରେ ସ୍ୱର ଉଠିଲା

ରାଜ୍ୟରେ ଦଳର ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବା ସପକ୍ଷରେ ଆଜି ଦାବି ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି l ଏହା ହେଲେ ପିସିସି ସଭାପତିଙ୍କ ସହ 8 ବିଧାୟକ ବୁଲି ପାରିବେ ବୋଲି ସେ କହିଛନ୍ତି l

ସେହିପରି କାର୍ଯ୍ୟକାରୀ ସଭାପତି ପଦ ଦିଆଗଲେ ମଧ୍ୟ ସେ ନେବେ ନାହିଁ ବୋଲି ତାରା କହିଛନ୍ତି l ବିଧାୟକ ଅଧୀରାଜ ପ୍ରାଣିଗ୍ରାହୀ ମଧ୍ୟ ସମାନ ଦାବି ଉଠାଇଛନ୍ତି l

କାର ସହ ଟ୍ରକର ଧକ୍କା , ୨ ମୃତ ଏବଂ ୧ ଗୁରୁତର

ସମ୍ବଲପୁର– ଯୁଯୁମୁରା ଥାନା ଅନ୍ତର୍ଗତ ଭୀମଖୋଜ ନିକଟରେ ଆଜି ଦ୍ବିପ୍ରହର ସମୟରେ ଏକ କାର ସହ ମିନି ଟ୍ରକର ମୁହାଁମୁହିଁ ଧକ୍କା ହେବାରୀ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l
ଘଟଣାସ୍ଥଳରେ ଯୁଯୁମୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l କାରଟି ବୁର୍ଲାରୁ ଅନୁଗୁଳ ଯାଉଥିଲା l

ନକଲି ସର୍ଫ ଏକସେଲ କାରଖାନା ଠାବ

କଟକ ଜିଲ୍ଲାର ଟାଙ୍ଗୀ ଓ ସାଲେପୁର ଥାନାଞ୍ଚଳରେ ପୁଲିସ ଦୁଇଟି ନକଲି ସର୍ଫ ଏକସେଲ କାରଖାନା ଠାବ କରି ଏଥିରେ ବ୍ୟବହୃତ ହେଉଥିବା ବହୁ ସାମଗ୍ରୀ ଜବତ କରିଛି l
ସାଲେପୁର ଥାନା ଅନ୍ତର୍ଗତ ଉମର ଗ୍ରାମ ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମରେ କାରଖାନା ଦୁଇଟି ଠାବ ହୋଇଛି l

Nuakhai wishes