ପରିବହନ ମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ଜଣାଇଲେ ଜେସିପି ଚାଳକ

ଆଜି ବରଗଡ଼ ଜିଲ୍ଲାର ସମସ୍ତ ଜେସିପି ଚାଳକ ଏକତ୍ରିତ ହୋଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

କ୍ୱାର୍ଟର୍ସରେ ପୁଲିସ୍ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର ଏସ୍ଏସବି ବାଟାଲିୟନର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣଚନ୍ଦ୍ର ସେନାପତିଙ୍କ ମୃତଦେହ ରେଣ୍ଟାଲ କଲୋନୀ ସ୍ଥିତ ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ବ୍ଳକ ସ୍ତରୀୟ କ୍ଳଷ୍ଟର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ବରଗଡ଼ ଜିଲ୍ଲା ନୂଆପାଲି ଗ୍ରାମରେ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ କରିଛନ୍ତି ।

ସେମିଳିଗୁଡାରେ ତାପମାତ୍ରା 12.9 ଡିଗ୍ରୀକୁ ହ୍ରାସ

କୋରାପୁଟ ଜିଲ୍ଲା ସେମିଳିଗୁଡାରେ ରାତି ତାପମାତ୍ରା 12.9 ଡିଗ୍ରୀକୁ ହ୍ରାସ ପାଇଥିବା ବେଳେ କୋରାପୁଟରେ 14.5 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l

ଜି. ଉଦୟଗିରିରେ ତାପମାତ୍ରା 12.4 ଡିଗ୍ରୀ

କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାତି ତାପମାତ୍ରା 12.4 ଡିଗ୍ରୀକୁ ହ୍ରାସ ପାଇଥିବା ବେଳେ ଦାରିଙ୍ଗବାଡିରେ 13.5 ଡିଗ୍ରୀ ଓ ଫୁଲବାଣୀରେ 15 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l

ରାଜ୍ୟର 23 ସହରରେ ତାପମାତ୍ରା 20 ଡିଗ୍ରୀ ତଳେ

ରାଜ୍ୟରେ 23 ସହରରେ ତାପମାତ୍ରା 20 ଡିଗ୍ରୀ ତଳକୁ ହ୍ରାସ ପାଇଥିବା ବେଳେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 12.4 ଡିଗ୍ରୀ ଥିବା ପାଣିପାଗ ବିଭାଗ କହିଛି l

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଡବ୍ଲୁସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଏକକାଳୀନ ୬ଟି ଜାଗାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ଚଢାଉରେ ୫ ଡିସିପି, ୧୨ ଇନ୍‌ସ୍ପେକ୍ଟର, ଜଣେ ଏସ୍ଆଇ ଏବଂ ୧୧ ଏଏସ୍ଆଇ ସାମିଲ ଅଛନ୍ତି।

Nuakhai wishes