ସକ୍ଷମ ଭାରତର କେନ୍ଦୁଝର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ସକ୍ଷମର କେନ୍ଦୁଝର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅଭିନାଶ ବଚସୁନ୍ଦର ଯୋଗ ଦେଇଥିଲେ।

ଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ କୈଳାସ ଚନ୍ଦ୍ର ମହାପାତ୍ର, ରୋଟରିଆନ ପ୍ରଣତି ମହାପାତ୍ର, ସକ୍ଷମ ଓଡ଼ିଶାର ସରୋଜ କୁମାର ସାହୁ, ଵୀର କିଶୋର ମହାନ୍ତ, ଜିଲ୍ଲାର ସନ୍ତୋଷ ମହାପାତ୍ର, ଡକ୍ଟର ମାନସ ପଣ୍ଡା ସମେତ ବହୁ ଯୋଗ ଦେଇଥିଲେ। ଏହି ଅବସରରେ ୩୦ ଜଣ ଦିବ୍ୟଂଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସରପଞ୍ଚଙ୍କ ସ୍ୱାମୀ ଗିରଫ

ଗଜପତି ଜିଲ୍ଲା ଅଡ଼ବା ଥାନାଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ସହ ଗର୍ଭବତୀ କରିବା ଘଟଣାରେ ଅଡ଼ବା ସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କୁ ଗିରଫ କରିଛି ପୁଲିସ।

ବିଷଧର ସାପର ଦାନ୍ତ କାଟି ଜଣେ ଗିରଫ

ବିଷଧର ସାପର ଦାନ୍ତ ନେଲ୍‌କଟରରେ କାଟିବା ଘଟଣାର ଭିଡିଓ ଭାଇରାଲ୍ ପରେ ବନବିଭାଗ ସାପଧରାଳି ବୀର ବିଶ୍ୱାଳଙ୍କୁ ଗିରଫ କରିଛି।

ବଲାଙ୍ଗିର ଜିଲ୍ଲା ପୁଇଁତଳା ବିଲେଇସର୍ଡା ଗାଁରୁ ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ବନବିଭାଗ।

ସତ୍ୟ ଭୂଷଣ ସାହୁ କଂଗ୍ରେସର ପଦ୍ମପୁର ପ୍ରାର୍ଥୀ

ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କୁ କଂଗ୍ରେସ ପଦ୍ମପୁର ଉପ ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିଛି।

ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ।

ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ଧର୍ମୀୟ ଭାବନାକୁ କୁଠାରାଘାତ ଅଭିଯୋଗ କରିଛି ନିଯୋଗ।

ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ।

ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ଧର୍ମୀୟ ଭାବନାକୁ କୁଠାରାଘାତ ଅଭିଯୋଗ କରିଛି ନିଯୋଗ।

ଗର୍ଭବତୀ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ

କେନ୍ଦୁଝର ଜିଲ୍ଲା ତାଳପଦା ଫରେଷ୍ଟ ବିଟ୍ କୁଳିଆପାଳ ଜଙ୍ଗଲରେ ତୀରରେ ଗର୍ଭବତୀ ହାତୀର ମୃତ୍ୟୁ ଘଟଣାରେ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି କେନ୍ଦୁଝର ଡିଏଫ୍ଓ।

ରେଞ୍ଜର ଶିବାଜୀ ମୋହନ ରାଓଙ୍କ ସମେତ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି ଡିଏଫ୍ଓ।

ରତ୍ନମାଳି ଜେମା ଜରାଶ୍ରମ ସଭାପତିଙ୍କୁ ବୀଭତ୍ସ ହତ୍ୟା

ଜଗତସିଂହପୁର ଜିଲ୍ଲା ପାରାଦୀପ ରତ୍ନମାଳି ଜେମା ଜରାଶ୍ରମ ସଭାପତି ସନ୍ତୋଷ ବେହେରାଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୀଟନାଶକ ସାର ଖାଇ ଆତ୍ମହତ୍ୟା ଉଦ୍ୟମ କରିଛି। ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ଲକ୍ ଥାନା ପୁଲିସ।

ଜଟେସିଂହାରେ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଠାରେ ଏକ ଦୀବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବ୍ୟାସ ଘନଶ୍ୟାମ ତ୍ରୀପାଠୀ ପୁରାଣ ପଠନ କରୁଥିବା ବେଳେ ନିତ୍ୟାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଉଛନ୍ତି।

Nuakhai wishes