ବର୍ଷା ପାଇଁ ସହରଗୁଡିକରେ ବନ୍ୟା ହେଉଥିବା ସ୍ଥାନ, ଅସୁରକ୍ଷିତ ସ୍ଥାନ, ପାଣି ଜମୁଥିବା ସ୍ଥାନ ଏବଂ ତଳୁଆ ଅଞ୍ଚଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ।
ଏହା ସହ ପାଣି ଜମିଲେ ପମ୍ପ ଦ୍ୱାରା ଜଳ ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୌସୁମୀ ଆସିବା ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି।