ଚଳିତ ଗ୍ରୀଷ୍ମରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁ ଥିବା ବେଳେ ସରକାର ସବୁ ଡ଼ାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ସ୍ବତନ୍ତ୍ର ୱାର୍ଡ ଓ ବେଡର ବ୍ୟବସ୍ଥା କରିଥିବା ଜଣେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଆଜି କହିଛନ୍ତି।
ଏହି ୱାର୍ଡ ପାଇଁ ଏସି ଅଥବା କୁଲର ବ୍ୟବସ୍ଥା କରାଯାଇଥିବା ଓ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ମୁକାବିଲା ପାଇଁ ଆବଶ୍ୟକ ଔଷଧ ଗଚ୍ଛିତ ରଖା ଯାଇଥିବା ସେ କହିଛନ୍ତି।