ଅସୁସ୍ଥ ହନୁ ନିଜେ ହସ୍ପିଟାଲ ଆସି ଚିକିତ୍ସିତ ହେଲା

ଭୁବନେଶ୍ୱରରେ ଗତ ଗୁରୁବାର ସୋଆ ବିଶ୍ଵବିଦ୍ୟାଳୟର ନୂତନ ପ୍ରାଣୀ ଚିକିତ୍ସାଳୟ ଉଦଘାଟନ ଉତ୍ସବରେ ବହୁ ଅତିଥି ଥିବା ବେଳେ ଅଚାନକ ଏକ ବଡ଼ ମାଙ୍କଡ଼ ସେଠାରେ ପହଞ୍ଚି ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ରଙ୍କ ହାତ ଧରିଥିଲା l

ଡାକ୍ତର ମାନେ ସନ୍ଦେହରେ ମାଙ୍କଡଟିକୁ ଦେଖିବା ପରେ ଜଣାପଡିଥିଲା ସେ ଅସୁସ୍ଥ ଅଛି l ତୁରନ୍ତ ନୂଆ ଡାକ୍ତରଖାନାର ପ୍ରଥମ ରୋଗୀ ଭାବେ ତାର ଚିକିତ୍ସା ସ୍ୱରୂପ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes