ଉଦଳା, ମା ଅମ୍ବିକାଙ୍କ ପାଦ ଦେଶରେ ଅବସ୍ଥାପିତ ଆର୍. ଡି. ଏସ୍ ମହାବିଦ୍ୟାଳୟ, କୁଣ୍ଡାବାଇ ଠାରେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଯେଉଁ ମହା ମାନବ ଯୋଗଜନ୍ମା ମାନଙ୍କ ପାଇଁ ଏ ଭାରତ ଭୂଖଣ୍ଡ ଆଜି ସ୍ଵାଧୀନତା ଲାଭ କରିଛି ସେମାନଙ୍କର ତ୍ୟାଗ, ବଳିଦାନ, ଏ ସମାଜର ଉତ୍ତର ପିଢି ମାନଙ୍କୁ ଅନେକ କିଛି ଶିଖେଇଛି ଓ ଶିଖିବା ପାଇଁ ପଥ ଦେଖେଇ ପାରିଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରି ସଭାପତିତ୍ବ କରିବା ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ୍ ଅଭିଭାଷଣ ପ୍ରଦାନ କରିଥିଲେ।