କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଦେଉଳ ଡିହା ଗ୍ରାମ୍ୟ କାଜୁ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ପଶୁ ଶିକାର କରିବାକୁ ଉଦ୍ୟମ କରୁଥିବା ଚାରି ଜଣଙ୍କୁ ବନ ବିଭାଗ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
ଆଜି ଏନେଇ ଡିଏଫଓ ଏଚ ଡି ଧନରାଜ ସୂଚନା ଦେଇଛନ୍ତି। ସେମାନେ ହେଲେ ମଣ୍ଟୁ ବିନ୍ଧାଣି, ଟିକନ୍ ପ୍ରଧାନ, ଚିକୁନ ପ୍ରଧାନ, ବାଇଧର ମହାକୁଡ ବୋଲି ଜଣା ପଡିଛି। ସେମାନଙ୍କ ଘର୍ ସ୍ଥାନୀୟ ଦେଉଳଡିହା ଗ୍ରାମରେ ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ପ୍ରାୟ ଏକ କିମି ଲମ୍ବ ତାର ଜବତ ହୋଇଛି।