ରାଜ୍ୟ ସରକାର ଚାଷୀ ସମସ୍ୟା ସମାଧାନ ପରିବର୍ତ୍ତେ ବିଧାନସଭା ବନ୍ଦ କରିଦେଲେ: ବିଜେପି

ଚାଷୀଙ୍କ ସମସ୍ୟା ନେଇ ବିଧାନସଭା ଆଗରେ ବିଜେପି ସତ୍ୟାଗ୍ରହ କରୁଛି, ବିଭିନ୍ନ ଜିଲ୍ଲାର ଚାଷୀ, ବିଜେପି କର୍ମୀ ୧୬ ଦିନ ଧରି ସତ୍ୟାଗ୍ରହ ଚଳାଇଥିଲେ ।

ହେଲେ ରାଜ୍ୟ ସରକାର ଚାଷୀ ସମସ୍ୟା ସମାଧାନ ପରିବର୍ତ୍ତେ ବିଧାନସଭା ବନ୍ଦ କରିଦେଲେ। ୨୫ଟି କାର୍ଯ୍ୟ ଦିବସ ବାକି ଥାଇ ମାତ୍ର ୮ ଦିନ ଚଳାଇ ବିଧାନସଭା ବନ୍ଦ କଲେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ଉପସଭାପତି ଭୃଗୁ ବକ୍ସିପାତ୍ର। ବିଧାନସଭାକୁ ଅର୍ଥମନ୍ତ୍ରୀ ଆସିଲେନି, ମୁଖ୍ୟମନ୍ତ୍ରୀ ପଦ୍ମପୁର ପ୍ରଚାରକୁ ଚାଲିଗଲେ। ଓଡ଼ିଶା ଲୋକଙ୍କୁ ରାଜ୍ୟ ସରକାର ଧୋକା ଦେଇଛନ୍ତି, ଏହାକୁ ବିଜେପି ନିନ୍ଦା କରୁଛୁ ବୋଲି ଉଭୟ ନେତା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes