ପୁରୀ ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସାଧାରଣ ବୈଠକ ମା’ ରାମଚଣ୍ଡୀ ପୀଠରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଂଘର ସଭାପତି ବେଣୁଧର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଦୀପକ ପରିଡ଼ା ସାଧାରଣ ବୈଠକ ସଭା ପରିଚାଳନା କରିଥିଲେ। ଏହି ସାଧାରଣ ବୈଠକ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୁରୀ ଜିଲ୍ଲା ସଂଘର ସଭାପତି ତଥା ଓଭରସର ସଂଘର ସଭାପତି ମନୋଜ କୁମାର ମାହାନ୍ତି ଓ ବିଚିତ୍ର ମୋହନ ହାତି ବୈଠକରେ ଯୋଗଦାନ କରିଥିଲେ।