ବାଲିଯାତ୍ରାରେ ଦୁର୍ନୀତି ଓ ବିଭ୍ରାଟ ଅଭିଯୋଗ ଆଣିଛନ୍ତି କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ।
ତୁରନ୍ତ ଅଡ଼ିଟ କରିବା ପାଇଁ ସେ ଦାବି କରିଛନ୍ତି। ସେପଟେ ଏ ନେଇ ବାଲିଯାତ୍ରାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ବାଲିଯାତ୍ରାର ସଫଳ ଆୟୋଜନ ହୋଇଛି, ଆର୍ଥିକ ହେରଫେର ନେଇ ଅଭିଯୋଗ ଆସିନି, ଅଭିଯୋଗ ଆସିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ, ଅଡିଟ ହେଲେ ମୁଁ ସ୍ବାଗତ କରିବି, ସବୁ ରେକର୍ଡ ଅଛି।