ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟିର ଭ୍ରଷ୍ଟାଚାର ଜଣାପଡ଼ିଥିଲା, ହେଲେ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ ବୋଲି ଆଜି ପ୍ରେସମିଟ୍ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ।
୨୦ଟି ଘରୋଇ ଖଣିରେ ଦୁର୍ନୀତି ସଂପର୍କୀତ ତଥ୍ୟ ମୋ ପାଖରେ ଅଛି।ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ସାଂସଦ କହିଛନ୍ତି। ସୁଚିନ୍ତିତ ଯୋଜନାରେ ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ ସ୍କାମ ହୋଇଛି। ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ)କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ ଅପରାଜିତା କହିଛନ୍ତି ଡିଏମ୍ଏଫ ବାବଦ ଅର୍ଥର ମାତ୍ର ୫୦% ସଂପୃକ୍ତ ଜିଲ୍ଲାରେ ବିନିଯୋଗ ହୋଇଛି।