ଗୋପାଳପୁରରେ ଆଜି ଦିଲ୍ଲୀର ଏନ ଜି ଓ ଦ୍ଵାରା ପରିଚାଳିତ ହେଉଥିବା ସେଣ୍ଟର୍ ଫର ଏନଭାଇରମେଣ୍ଟ ଏଜୁକେଶନ୍ ଗୋପାଳପୁର ଏନ ଏ ସି ମିଳିତରେ ୨ଦିନିଆ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଏଚ ଡ଼ି ଏଫ ସି ବ୍ୟାଙ୍କ ବ୍ରହ୍ମପୁର ଶାଖାର ମେନେଜେର ନୃଶିଂହ ମିଶ୍ର ଏବଂ ଏନ୍ଏସି ଉପାଧକ୍ଷା ବି.ଉମା ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଛତିଶଗଡ ବିଳାସପୁର ନେଚର୍ ବଡି ଗ୍ରୁପର ୧୪ ଜଣ ସ୍ବେଚ୍ଛାସେବୀ ଓ ଏନ୍ଏସିର ସଫେଇ କର୍ମଚାରୀ ମାନେ ପ୍ଲାକେଟ ସହ ପଲିଥିନ ଓ ପ୍ଲାଷ୍ଟିକ କୁ ନା ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ।