ଆଜି ସକାଳେ ୱାର୍ଡ ନଂ ୩୭, ୩୮, ଏବଂ ୩୯ ପରିଦର୍ଶନ କରି ମଇଳା ଡ୍ରେନଗୁଡିକ ସଫା କରିବା ଏବଂ ବର୍ଜ୍ୟବସ୍ତୁ ସଫା କରିବା ତଦାରଖ କରିବା ପାଇଁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି l
ଏଥି ସହ ବିଭିନ୍ନ ୱାର୍ଡ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କ ସହ ନାଗରିକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l