ଆସନ୍ତା ୨୯ତାରିଖରେ କେନ୍ଦୁଝର ଅଭିମୁଖେ ୩ ଦିନିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏହି ଅବସରରେ କେନ୍ଦୁଝର ଜିଲ୍ଲା ଭାଜପା ପକ୍ଷରୁ ଜୋର୍ ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଅଛି।
ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପ୍ରବାସ ସହିତ ବିଭିନ୍ନ କାର୍ଯ୍ୟକ୍ରମମାନ ରହିଥିବା ବେଳେ ଦ୍ଵିତୀୟ ଦିନରେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମମାନ ରହିଅଛି। ସେହିପରି ତୃତୀୟ ଦିନରେ ଘସିପୁରା ଏବଂ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ରହିଅଛି।