୩୮ ବର୍ଷ ପରେ ବନ୍ଧୁ ମିଳନ

୧୯୮୪ ମସିହାରେ ସଦର ବ୍ଲକ ରାଇସୁଆଁ ହାଇସ୍କୁଲରୁ ମେଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରମାନଙ୍କ ଏକ ବନ୍ଧୁ ମିଳନ ଉତ୍ସବ ରାଇସୁଆଁ ଠାରେ ଅନୁଷ୍ଠିତ ହୋଇଯାଇଛି।

ଦୀର୍ଘ ପ୍ରାୟ ୩୮ ବର୍ଷ ପରେ ୭୫ ଜଣ ଛାତ୍ରୀଛାତ୍ର ସପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୁଣା ସ୍ମୃତିକୁ ମନେ ପକାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ବିଶେଷ କରି ଗୁରୁ ଶିଷ୍ୟ ପରମ୍ପରା, ବର୍ତ୍ତମାନର ଶିକ୍ଷାବ୍ୟବସ୍ଥା ଆଦି ଉପରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ଆଧ୍ୟାପକ ବିପିନସାହୁ ସୂଚନା ଦେଇଛନ୍ତି। ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ରତିନ୍ଦ୍ର କୁମାର ପରିଡ଼ା ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes