୧୩ରୁ ଲାବଣ୍ୟ ନାଟ୍ୟ ମହୋତ୍ସବ

ଆସନ୍ତା ୧୩ଓ ୧୪ରେ ଲାବଣ୍ୟ ନାଟ୍ୟ ମହୋତ୍ସବ ଭଂଜକଳା ମଣ୍ଡପରେ ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରଥମ ସନ୍ଧ୍ୟାରେ ରାଉରକେଲା କଳାକାର ଏକତା ମଞ୍ଚ ପକ୍ଷରୁ ପବିତ୍ର ପାପ ଏବଂ ଦ୍ୱିତୀୟ ସନ୍ଧ୍ୟାରେ ଲାବଣ୍ୟ ଥିଏଟର ପକ୍ଷରୁ ଭିନ୍ନ ଏକ ରାଜପୁତ୍ର ମଞ୍ଚସ୍ଥ ହେବ।

ଏହି ଉତ୍ସବରେ ୫ ଯୁବ ନାଟ୍ୟ ନିର୍ଦ୍ଦେଶକ ଜଗଦୀଶ ମହାରଣା, ସଞ୍ଜୟ ଶାହ, ପ୍ରଫୁଲ୍ଲ ସେଠୀ, ସୌରଭ ଗୁପ୍ତା ଓ ରାମକୃଷ୍ଣ ମହାପାତ୍ରଙ୍କୁ ସମ୍ମାନିତ କରାଯିବ ବୋଲି ଲାବଣ୍ୟ ଥିଏଟର ସମ୍ପାଦକ ସତ୍ୟ ଜେନା ଆଜି ରାଜଧାନୀ କଳା ସଂସଦଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes