ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନି ଉପରେ ଆଧାରିତ ଚଳଚିତ୍ରର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଛି।
ପଞ୍ଚବଟୀ ଫିଲ୍ମ ଓ ବିକାଶ ଗ୍ରୁପ, ବରଗଡ଼ ଦ୍ବାରା ପ୍ରାୟୋଜିତ ଏହି ସିନେମାର ପ୍ରମୁଖ ଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଛି। ଲିଟୁ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରରେ ପୃଥିବୀ ରାଜ ନାୟକ, ପ୍ରଦୀପ ଦେବତା, ମୁଗ୍ଧା ଦାଶ ପ୍ରମୁଖ ଅଭିନୟ କରୁଛନ୍ତି।