ସର୍ବଭାରତୀୟ ସ୍ତରରେ 248 ରେଙ୍କ ରେ ସ୍ଥାନ ପାଇଛନ୍ତି ଭଦ୍ରକ ବଙ୍କସାହି ସତ୍ୟନାରାୟଣ ଖୁଣ୍ଟିଆ ଓ ସବିତାଙ୍କ ଏକ ମାତ୍ର କନ୍ୟା ସୁଶ୍ରୀ ସୋଭାଙ୍ଗୀ ଖୁଣ୍ଟିଆ। ଖବର ପାଇବାପରେ ସାରା ପରିବାରରେ ଖୁସିର ମାହୋଲ ଖେଳିଯାଇଛି।
ସୋଭାଙ୍ଗୀଙ୍କ ବାପା ଭଦ୍ରକ ସହରରେ ସାଇବର କାଫେ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ, ପୁର୍ବରୁ ସୋଭାଙ୍ଗି ଓଡ଼ିଶା ପ୍ରଶାସନିକ ସେବାରେ ୯୭ ରେଙ୍କ ରଖି ଭଦ୍ରକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂରେ ଥାଇ ଥିବା ବେଳେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। (ପ୍ରମୋଦ ରାୟ)