କେନ୍ଦୁଝର ଜିଲା ପାଟଣା ବ୍ଳକ କଣ୍ଟିଆପଡା ଗ୍ରାମରେ ଥିବା ପୋଷ୍ଟ ଅଫିସ ରେ ମଙ୍ଗଳବାର ଶତାଧିକ ମହିଳା ଉପଭକ୍ତା ସେମାନଙ୍କ ଶେଭିଙ୍ଗ ପାସ ବୁକ ସହ ଟଙ୍କା ଫେରାଇଦେବା ଦାବିରେ ମଙ୍ଗଳବାର ପୋଷ୍ଟ ଅଫିସ ଘେରାଉ କରିଛନ୍ତି।
କଣ୍ଟିଆ ପଡା ପୋଷ୍ଟ ଅଫିସ ଅଧିନ କଣ୍ଟିଆ ପଡା, ବଲାଣି ପଶି ପୁରୁଣିଆ ଗ୍ରାମ ର ଶତାଧିକ ହିତାଧିକାରୀ ଲକ୍ଷାଧିକ ଟଙ୍କା ବିଭିନ୍ନ ଯୋଜନା ରେ ଟଙ୍କା ଜମା କରିଥିବା ଦର୍ଶାଇ ଥିବା ବେଳେ ଟଙ୍କା ହଡ଼ପ ହୋଇଯାଇଥିବା ଅଭିଯୋଗ କରି ଏହି ଘେରାଉ କରିଥିଲେ।