ହେମସାଗର ପୁଷ୍କରଣୀର ପୁନରୁଦ୍ଧାର କାର୍ଯ୍ୟ ନିମ୍ନମାନର, ପଡ଼ିଲାଣି ଫାଟ

ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌର ପରିଷଦ ପକ୍ଷରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ହେମସାଗର ପୁଷ୍କରଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣକାର୍ଯ୍ୟ ୧କୋଟି ୩୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ବରାଦରେ ଚାଲିଛି।

ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବା ବେଳେ ପୁଷ୍କରିଣୀ କଡ଼ ପାଚେରୀରେ ଫାଟ ପଡିବା ସହ ପାଚେରୀ ଗୁଡିକ କାର୍ଯ୍ୟ ସମ୍ପୂର୍ଣ୍ଣ ପୂର୍ବରୁ ଭାଙ୍ଗିବା ଆରମ୍ଭ କରିଲାଣି। ଏନେଇ ପୌରପାଳିକା ଯନ୍ତ୍ରୀଙ୍କୁ ପଚାରିବାରୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି। ଉକ୍ତ ଘଟଣା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes