ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ ଗତକାଲି ରାତିରେ ଘରୁ ପଦାକୁ ବାହାରିବା ବେଳକୁ ହାତୀ ଆକ୍ରମଣରେ ଭୀମ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉକ୍ତ ଅଂଚଳରେ ହାତୀ ବୁଲୁଥିବା ନେଇ ବନ ବିଭାଗ ପକ୍ଷରୁ ସୂଚିତ କରାଯାଇଥିଲେ ହେଁ ନ ମାନି ବାହାରିବାରୁ ଏଭଳି ଅଘଟଣ ଘଟିଲା ବୋଲି ଡିଏଫଓ କହିଛନ୍ତି। ୨୦୨୩ ରେ ଏହା ପ୍ରଥମ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉକ୍ତ ଅଂଚଳରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes