ଦିବ୍ୟାଙ୍ଗ ହୁଇଲ ଚେୟାର କ୍ରିକେଟ ଆସୋସିଏସନ ପକ୍ଷରୁ କଳିଙ୍ଗ ଟ୍ରଫି ୨୦୨୩ କେନ୍ଦୁଝର ଜିଲ୍ଲାରେ ଆୟୋଜନ କରାଯାଇଛି। ଓଡ଼ିଶାରେ ଦିବ୍ୟାଙ୍ଗ କ୍ରିକେଟ ଆୟୋଜନ ପ୍ରଥମ ଥର ହେଉଥିବା ବେଳେ ଚାରୋଟି ରାଜ୍ୟର ଖେଳାଳି ଏଠି ଭାଗ ନେଇଛନ୍ତି । ଦିଲ୍ଲୀ, କେରଳ, ଝାରଖଣ୍ଡ ଓ ଓଡିଶାର ଦିବ୍ୟାଙ୍ଗ କ୍ରିକେଟରଙ୍କୁ ନେଇ ଏହି ଟ୍ରଫି ତିନି ଦିନ ଧରି ଚାଲିବ । ଆଜି ଏହି ଟ୍ରଫିର ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ଚାରୋଟି ରାଜ୍ୟର ଦିବ୍ୟାଙ୍ଗ କ୍ରିକେଟରମାନେ ଟ୍ରଫି କପ ସହ ସହର ପରିକ୍ରମା କରିଥିଲେ ।