ହସ୍ପିଟାଲରେ ଆଟେଣ୍ଡାଣ୍ଟଙ୍କୁ ସଫେଇ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ମୟୁରଭଞ୍ଜ ଜିଲ୍ଲା ବାରିପଦା ପିଆରଏମ ହସ୍ପିଟାଲରେ କାର୍ଯ୍ୟରତ ଆଟେଣ୍ଡାଣ୍ଟଙ୍କୁ ସଫେଇ କର୍ମଚାରୀ ଅର୍ଜୁନ ମୁଖୀ ଦୁର୍ବ୍ୟବହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ଉକ୍ତ ବ୍ୟବହାର ନେଇ ପ୍ରତିବାଦ କରିବାରୁ ଆଟେଣ୍ଡାଣ୍ଟମାନଙ୍କୁ ଆହୁରି ଅସଭ୍ୟ ବ୍ୟବହାର କରିବାକୁ ନେଇ ଆଟେଣ୍ଡାଣ୍ଟମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଉକ୍ତ ସଫେଇ କର୍ମଚାରୀ ଅର୍ଜୁନ ମୁଖୀ ତାଙ୍କ ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା ନ କରିବା ପର୍ଯ୍ୟନ୍ତ କେହି ବି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସମସ୍ତ ଆଟେଣ୍ଡାଣ୍ଟମାନେ କହିଛନ୍ତି। ଉକ୍ତ ଘଟଣାକୁ ନେଇ ହସ୍ପିଟାଲରେ ରୋଗୀ ସେବାରେ ଅସୁବିଧା ସୃଷ୍ଟି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes