ସ୍ଲାରି ପାଇପରେ ଲୁହାପଥର ପରିବହନକୁ ବିରୋଧ

ସ୍ଲରି ପାଇପରେ ଲୁହାପଥର ପରିବହନକୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲାର ଟ୍ରକ୍ ମାଲିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି।

ବହୁ ଆଗରୁ ଭଙ୍ଗା ରାସ୍ତାରେ ଲୁହାପଥର ପରିବହନ କରି ସରକାରଙ୍କ ରାଜସ୍ବ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ଏଣୁ ପାଇପଲାଇନ ଦ୍ଵାରା ଲୁହାପଥର ପରିବହନ ହେଲେ ବହୁ ଜୀବନ ଜୀବିକା ହରାଇବେ ବୋଲି ମତ ପ୍ରକାଶ ପାଇଛି। ଖଣି ମାଲିକ ଓ କାରଖାନା ମାଲିକ ପାଇପ ଦ୍ଵାରା ଲୁହାପଥର ପରିବହନ କରିବାକୁ ନିଷ୍ପତି ନେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଅନୁମୋତି ନଦେବାକୁ ନିବେଦନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes