ସ୍ମାର୍ଟ ଲାଇବ୍ରେରୀ ପରିଦର୍ଶନ କଲେ ଚେତନା ମହିଳା ମହାସଂଘର ସଦସ୍ୟା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ପୋର୍ଟସ କ୍ଲବରେ କିଛିଦିନ ତଳେ ଖୋଲିଥିବା ସ୍ମାର୍ଟ ଲାଇବ୍ରେରୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନଥିଲେ ମଧ୍ୟ ଆଜି ଚେତନା ମହିଳା ମହାସଂଘ(ମିଶନ ଶକ୍ତି) ସଦସ୍ୟାମାନେ ପରିଦର୍ଶନରେ ଆସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ପ୍ରଶାସନର ପଦକ୍ଷେପ ଏବଂ ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥଙ୍କ ସହ ଆଲୋଚନା କରି ସଦସ୍ୟାଙ୍କ ସ୍ବାବଲମ୍ବୀ ପାଇଁ ମିଶନ ଶକ୍ତି ବଜାର ଯୋଗାଇଦେବାକୁ ଦାବି କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes