ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମାଟିର ବୀର ସ୍ବାଧୀନତା ସଂଗ୍ରାମୀ ମୂଷା ମଲ୍ଲିକଙ୍କ ୬୧ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ସକାଳ ୮ ଘଟିକା ସମୟରେ ବାଲିଗୋରଡ ଉଚ୍ଚ ବିଦ୍ୟାଳୟ ସ୍ଥିତ ମୂଷା ମଲ୍ଲିକଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହ ନଗରପାଳ ଶ୍ରୀ ଧର୍ମାନନ୍ଦ ପରିଡା, ଵ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ସାହୁ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।