ସେକେଣ୍ଡ ସିଟିଂରେ ହେବନି ମାଟ୍ରିକ୍ ପରୀକ୍ଷା

ଆସନ୍ତା ୨୯ ତାରିଖ ଠାରୁ ମେ ୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବାକୁ ଥିବା ବେଳେ ହିଟ୍ ଓ୍ବେଭକୁ ଆଖି ଆଗରେ ରଖି ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ପ୍ରଥମ ସିଟିଂରେ ହେବ। ମେ ୨ ଓ ୪ରେ ହେବାକୁ ଥିବା ମଧ୍ୟମା ପରୀକ୍ଷା ୯ ଓ ୧୦କୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଓପନ ସ୍କୁଲର ୩ଟି ପରୀକ୍ଷା ୮, ୯ ଓ ୧୦ରେ କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ। ମୋଟ୍ ୫ ଲକ୍ଷ ୮୫ ହଜାର ୭୩୦ ପିଲା ପରୀକ୍ଷା ଦେବେ। ସମସ୍ତ ପୁଲିସ ଷ୍ଟେସନରେ ପରୀକ୍ଷା ପତ୍ର ରହିବ ଏବଂ ପରୀକ୍ଷା ଦିନ ସକାଳୁ ପରୀକ୍ଷା କେନ୍ଦ୍ରକୁ ଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes