ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଭୀମ ଭୋଇ ପାର୍କ ନିକଟରେ କୌଣସି ବ୍ୟକ୍ତିଙ୍କର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପଡି ଯାଇଥିଲା।
ଏସଆରଆଇଟି କଲୋନୀର ତାପସ ସ୍ବାଇଁ ଉକ୍ତ ବ୍ୟାଗଟି ପାଇଥିଲେ। ଏହାପରେ ସେ ବେଗରେ ସୁନା ଅଳଙ୍କାର ଥିବା ଦେଖିବାକୁ ପାଇଥିଲେ। ତେବେ ମନରେ କୌଣସି ପ୍ରକାର ଲୋଭ ନକରି ତୁରନ୍ତ ଅଇଁଠାପାଲି ପୁଲିସ କୁ ଜିମା ଦେଇଥିଲେ। ଏ ନେଇ ପୁଲିସ ତାଙ୍କୁ ପୁରସ୍କୃତ କରିଛି।