ଦୁର୍ଘଟଣାରୁ ବର୍ତିଲେ ବସ୍ ଯାତ୍ରୀ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଡାକଚଟି ନିକଟରେ ବିଶୋଇ ପଟୁ ବାରିପଦାକୁ ଯାଉଥିବା ଗୌରୀ ଯାତ୍ରୀବାହୀ ବସ୍ ରାସ୍ତା ପାର୍ଶ୍ବକାନ୍ଥରେ ପିଟି ହୋଇଥିବାର ସୂଚନା ମିଳିଛି।

ଜାତୀୟ ରାଜପଥର ବେହାଲ ଅବସ୍ଥା ଯୋଗୁଁ ଷ୍ଟେରିଂ ନଟ ଗଳିପଡ଼ିବାରୁ ବସଟି ରାସ୍ତା ପାର୍ଶ୍ବକୁ ଟାଣି ହେଇଯାଇଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍ କିମ୍ବା ଯାତ୍ରୀଙ୍କ କୌଣସି କ୍ଷତି ଘଟି ନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes