କେନ୍ଦୁଝର ଜିଲ୍ଲା ବଣିଆ ପାଟ (କଲେଜ୍ ରୋଡ) ଅଞ୍ଚଳରେ ଥିବା ସନ୍ ରାଇଜ ହସ୍ପିଟାଲକୁ ଆଜି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସିଲ କରାଯାଇଥିବା ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି।
ଯୋଡ଼ା ଅଞ୍ଚଳର ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଧକ ରଖିଥିବା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ରୋଗୀଙ୍କ କାର୍ଡ ସେଠାରେ ମିଳିବା ପରେ ତାର ପଞ୍ଜିକରଣକୁ ପ୍ରଶାସନ ବାତିଲ କରିବା ପରେ ଆଜି ସିଲ୍ କରାଯାଇଛି।