ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କ ସ୍ମାରକୀ ବକ୍ତୃତା

ବରଗଡ଼ ଟାଉନ ହଲଠାରେ ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଚୁତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ସୋମବାର ‘ସାମ୍ବାଦିକତା ଓ ସାମାଜିକ ମୂଲ୍ୟବୋଧ; କିଛି ଚିନ୍ତା କିଛି ଚେତନା’ ଆଲୋଚନାଚ୍ରକ ଆୟୋଜିତ ହୋଇଥିଲା।

ବରଗଡ଼ ସାମ୍ବାଦିକ ସଂଘ ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ସଭାପତିତ୍ୱ ଓ ଉପସଭାପତି ବୀରେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଯତୀନ ଦାଶ ସ୍ୱର୍ଗତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳ ଆମ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାର ପରି ପ୍ରକାଶ କରିବା ପାଇଁ ଯେଉଁ ଭଳି କାର୍ଯ୍ୟ କରୁଥିଲେ ତାହା ଯୁବ ସାମ୍ବାଦିକମାନଙ୍କୁ ସବୁଦିନ ପ୍ରେରଣା ଯୋଗାଇବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes