ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ

ସମ୍ବଲପୁର ହିଂସା ପୀଡ଼ିତଙ୍କୁ ଭେଟିବାକୁ ଯିବା ବେଳେ ସାଂସଦଙ୍କୁ ଅଟକ ଘଟଣାରେ ଲୋକସଭା ବାଚସ୍ପତିଙ୍କ ନିକଟରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ ହୋଇଛି।

ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲେ ବିଜେପି ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ ଓ ବସନ୍ତ ପଣ୍ଡା। ବେଆଇନ ଅଟକ ଓ ଲୋକଙ୍କୁ ଭେଟିବାକୁ ଛଡ଼ାନଯିବାରୁ ନୋଟିସ ଆଣିଲେ। ୩ ସାଂସଦଙ୍କ ନୋଟିସ ଅନୁସାରେ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର। ୧୫ ଦିନରେ ରିପୋର୍ଟ ଦେବାକୁ ସାଧାରଣ ଅଭିଯୋଗ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes