ସଜଡ଼ା ଯାଉନି ରାସ୍ତା କଡ଼ରେ ପାଣି ଟ୍ୟାପ

କେନ୍ଦୁଝର ମାଧପୁର ସାହିରେ ରାସ୍ତା କଡରେ ଥିବା ପାଣି ଷ୍ଟାଣ୍ଡ ପଏଣ୍ଟର ଟ୍ୟାପ୍ ଭାଙ୍ଗି ଯାଇଛି। ଫଳରେ ପାଣି ଯୋଗାଣ ବେଳେ ପାଣି ନଷ୍ଟ ହେଉଛି। ଖରା ଦିନରେ ଜଳ ସମସ୍ୟା ଦେଖାଦେଇ ଥିବା ବେଳେ ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ସେହିପରି ବାଟୋଇଙ୍କୁ ପିଇବା ପାଣି ବ୍ୟବସ୍ଥା ପାଇଁ ବସା ଯାଇଥିବା ପାଣି ଟଙ୍କି ମଧ୍ୟ ବ୍ୟବହାର ହେଉନି। ନିୟମିତ ସଫା କରି ପାଣି ଭର୍ତ୍ତି ଯାଉନି କିମ୍ବା ଉପରେ ଛାଇ ବ୍ୟବସ୍ଥା ନ ଥିବାରୁ ପାଣି ଭର୍ତି କଲେ ଗରମ ହୋଇ ଯାଉଛି। ଏଣୁ ପିଇବା ଯୋଗ୍ୟ ହେଉନି ବୋଲି ସ୍ଥାନୀୟ ଲୋକ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes