ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ଶ୍ରୀ କେଦାର ନାଥ ମନ୍ଦିରରେ ଗତକାଲି ଶିବ ବିବାହ ଉତ୍ସବ ପାଳିତ ହୋଇଥିବା ବେଳେ ଆଜି ବହୁ ପଟୁଆର ରେ ଧୁମ ଧଡକା ଓ ଯୋଡ଼ି ଶଙ୍ଖ ରେ ଶିବ ପାର୍ବତୀଙ୍କୁ ଏକ ପଲଙ୍କିରେ ବସାଇ ଭଞ୍ଜବିହାର ପରିକ୍ରମା କରାଯାଇଥିଲା।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ କ୍ଵାଟରକୁ ଯାଇଥିଲେ ସେଠାରେ କୁଳପତି ଠାକୁରଙ୍କୁ ଦୀପ ଧୂପ ବିଭିନ୍ନ ଫଳ ପାଚିଲା ମିଠା ରେ ପୂଜା ଅର୍ଚ୍ଚନା କରି ଠାକୁରଙ୍କ ଠାରୁ ଆଶିଷ ଗ୍ରହଣ କରିଥିଲେ।