ଶିକାରୀ ଗୁଳିରେ ବନ କର୍ମଚାରୀ ଗୁରୁତର

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଶିମିଳିପାଳ ଉଦଳା ବନ ଅଞ୍ଚଳର କିଛି ଶିକାରୀ ବନ୍ଧୁକ ଓ ଧନୁତୀର ଧରି ଶିକାର ପାଇଁ ଡୁକୁରା ରେଞ୍ଜରେ ପଶିଥିଲେ।

ଖବର ପାଇ ବନ କର୍ମଚାରୀ ଓ ସବୁଜ ବାହିନୀ କର୍ମଚାରୀଙ୍କୁ ନେଇ ଅପରେସନ୍‌ରେ ଜଙ୍ଗଲକୁ ଯାଇଥିଲେ। ଅନ୍ଧାର ରାତିରେ ଜଙ୍ଗଲ ଭିତରେ କିଛି ସମୟ ଛାନ୍‌ଭିନ୍‌ ପରେ ଶିକାରୀ ଦଳଙ୍କ ସହ ମୁହାଁମୁହିଁ ହୋଇଥିଲା ବନ ବିଭାଗ ଟିମ୍‌। ବନ କର୍ମଚାରୀଙ୍କୁ ଦେଖି ଶିକାରୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ସୁନାରାମ ସିଂହ ନାମକ ଜଣେ ବନ କର୍ମଚାରୀଙ୍କ ଗୋଡ଼ରେ ବାଜିଥିଲା। ଏବେ ସେ ଉଦଳା ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes