ଶବବ୍ୟବଚ୍ଛେଦ ରେ ବିଲମ୍ୱ ନେଇ ଅସନ୍ତୋଷ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଝୁମ୍ପରା ଅଞ୍ଚଜରେ ଜଣେ ସର୍ପାଘାତରେ ମୃତକଙ୍କ ଶବବ୍ୟବଛେଦ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପୋଲିସ କାଗଜପତ୍ରରେ ବିଳମ୍ବ ହୋଇଥିବାରୁ ବ୍ୟବଚ୍ଛେଦ ହୋଇ ପାରି ନ ଥିବା ସିଡିଏମଓ କହୁଥିବା ବେଳେ ଝୁମ୍ପୂରା ପୋଲିସ ସନ୍ଧ୍ୟା ପାଞ୍ଚ ଟା ପୂର୍ବରୁ କାଗଜପତ୍ର କରିଥିଲେ ହେଁ ଡାକ୍ତର ନ ଆସିବାରୁ ବିଳମ୍ବ ହେଲା ବୋଲି ପରସ୍ପର ଦୋଷାରୋପ କରୁଥିବାରୁ ମାନବାଧିକାର କର୍ମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟ ପକ୍ଷରେ ସନ୍ଧ୍ୟାରେ ମୃତ ଦେହ କୁ ଶବାଗୃହରେ ରଖାଯାଇଛି । ତାଙ୍କ ସ୍ତ୍ରୀ ଭଉଣୀ ରାତି କିପରି କାଟିବେ ଚିନ୍ତାରେ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes