ଲୋକସେବା ଭବନ ଆଗରେ ଫିନାଇଲ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବାରେ ପୁଲିସ ଉଦ୍ଧାର କରି ହସ୍ପିଟାଲ ନେଇଛି।

ଫିନାଇଲ ପିଇଥିବା ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ଦାସ। ଘର ଜଗତସିଂହପୁର ବୋଲି ସୂଚନା ମିଳିଛି। ପୁଲିସ ଏତଲା ରଖୁନଥିବାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନାନୁସାରେ, ରବୀନ୍ଦ୍ରଙ୍କର କଳିଙ୍ଗ ବିହାରରେ ଥିବା ଦୋକାନକୁ ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ହଡ଼ପ କରି ନେଇଛି। ଏହାକୁ ନେଇ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବୀନ୍ଦ୍ର। ତେବେ ପୁଲିସ ଏତଲା ରଖୁନଥିବା ଅଭିଯୋଗ କରି ସେ ଫିନାଇଲ ପିଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes