ଲୁନାରୁ ପଡି ବୃଦ୍ଧ ମୃତ

କେନ୍ଦୁଝର ଜିଲା ପାଟଣା କେନ୍ଦୁଝର ରାସ୍ତା ର ପୁଟୁଳିଆ ବାଙ୍କ ନିକଟରେ ଗୁରୁବାର ଏକ ଲୁନାଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତହୋଇ ଓଲଟି ପଡିଥିଲା।ଲୁନା ପଛରେ ବସି ଥିବା ଜଣେ ବ୍ୟକ୍ତି ଗୁରୁତର ହୋଇ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲା ଚିକିତ୍ସା ଳୟ ସ୍ଥାନାନ୍ତର ହୋଇଥିଲେ।

ଗୁରୁବାର ରାତ୍ରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।ମୃତକ ଜଣକ ହେଉଛନ୍ତି ଘଟଗାଁ ଥାନା ମୁଦ୍ରା ବେଡା ଗ୍ରାମର ଲୋକ ନାଥ ନାଏକ(୫୫)।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes