ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଆକାଉଣ୍ଟାଣ୍ଟ ଧରାପଡ଼ିଲେ

ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ତଥା ପ୍ରୋଗ୍ରାମର ବିକାଶ ସାନା ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି l ଏହା ପରେ ତାଙ୍କ ନବରଙ୍ଗପୁର ଓ ଉମରକୋଟ ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି l
ମଧ୍ୟାହ୍ନ ଭୋଜନ ପରିବହନ କରୁଥିବା ଜଣେ ଠିକାଦାରଙ୍କ ବିଲ ମଞ୍ଜୁର କରିବା ସହ ସିକ୍ୟୁରିଟି ଅର୍ଥ ଫେରାଇବା ପାଇଁ ବିକାଶ ଏହି ଲାଞ୍ଚ ଦାବି କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes