ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରପାତି ଜବତ

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରରେ ଥିବା ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ କରାଯାଇଛି।

ସୂଚନା ଅନୁଯାୟୀ ଆଜି ସକାଳେ ବାଲେଶ୍ଵର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଔପଦା ରେଞ୍ଜର ବବିତା ସୋରେନ, ଫରେଷ୍ଟର, ଗାର୍ଡ ଓ ସିମୁଳିଆ ପୋଲିସଙ୍କ ଉପସ୍ଥିତିରେ ଚାଲୁଥିବା ବେଆଇନ କରତ କଳ ଉପରେ ଚଢ଼ାଉ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes