ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ମୃତ

ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗତକାଲି ରାତିରେ ଏକ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣା ହୋଇ ୨ଜଣ ପାଇଲଟ ମୃତ୍ୟୁ ଘଟିଥିବା ବେଳେ ଏଥରୁ ଜଣେ ସମ୍ବଲପୁରର ଥିବା ଜଣାପଡିଛି ।

ମୃତ ପାଇଲଟ କ୍ୟାପଟେନ ଗୋପାଳ ଚନ୍ଦ୍ର ପଣ୍ଡା ଓଡ଼ିଶାର ସମ୍ବଲପୁର ଜିଲ୍ଲା ବାସିନ୍ଦା ହୋଇଥିବା ବେଳେ କିଛି ବର୍ଷ ହେବ ଛତିଶଗଡ଼ ସରକାରରେ ପାଇଲଟ ଭାବେ କାମ କରୁଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes