ରାସ୍ତା ଦୁର୍ଘଟଣା ରେ ଏଲଆଇସି ର ବିଏମ ମୃତ

କେନ୍ଦୁଝର ଜିଲ୍ଲା ଜୀବନବୀମା ନିଗମ ଶାଖା ପରିଚାଳକଙ୍କ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ଯୁ ଘଟିଛି । ସୂଚନାରୁ ଜଣାଯାଏ କେନ୍ଦୁଝର ଜିଲ୍ଲା ଜୀବନବୀମା ନିଗମର କେନ୍ଦୁଝର ଶାଖାର ଶାଖା ପରିଚାଳକ ନାରାୟଣ ଚନ୍ଦ୍ର ମଲିକ ରବିବାର ସକାଳୁ ନିଜ କାର ଯୋଗେ ଆନନ୍ଦପୁରକୁ ଏକ ସଭାରେ ଯୋଗ ଦେବାପାଇଁ ଅସୁଥିବା ବେଳେ ହଠାତ ଘଷିପୁରା ଥାନା ଅନ୍ତର୍ଗତ ଦରଖଳା ନିକଟ ରଙ୍ଗମାଟିଆ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଘଟଣାସ୍ଥଳରେ ଶାଖା ପରିଚାଳକ ନାରାୟଣ ଚନ୍ଦ୍ର ମଲିକଙ୍କ ମୃତ୍ଯୁ ଘଟିଥିଲା ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes