ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଅନ୍ତର୍ଗତ ବାଡ଼ବାଙ୍କୀ ପଞ୍ଚାୟତ ଚାରପାଣି ଗ୍ରାମର ଜଣେ ବୃଦ୍ଧ ଆଜି ରାସନ ଦୋକାନରୁ ଚାଉଳ ଆଣି ଘରକୁ ଫେରୁଥିବା ବେଳେ ପ୍ରବଳ ଖରାରେ ପ୍ରାଣ ହରାଇଥିବା ଜଣାପଡିଛି l
ସରକାରୀ ନିୟମ ଅନୁସାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି l