ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ ସହ ଦିର୍ଘାୟୁ କାମନା ପାଇଁ ପୂଜାର୍ଚ୍ଚନା

ଓଡିଶାର ଗର୍ବ ଗୌରବ ତଥା ମୟୂରଭଞ୍ଜ ମାଟିର ସୁକନ୍ୟା, ଆଦିବାସୀ ମହିଳା ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ସ୍ଵତନ୍ତ୍ର ଭାବେ ବାରିପଦା ସ୍ଥିତ ବୁଢାରାହୁଳ ଶିବ ମନ୍ଦିରରେ ବଲାଙ୍ଗୀ ମହତ୍ସଵ କମିଟି ବାରିପଦା ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଦୀର୍ଘାୟୁ ଓ କୁସୁମିତ ଚଲାପଥ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତଚନ୍ଦ୍ର ନାୟକଙ୍କ ସହ ଉଦୟନାଥ ଜେନା, ଗୋଲକ ମହାନ୍ତି, ସତ୍ୟନାରାୟଣ ସାହୁ,ବିଜୟ ଦାଶ,ଲିଙ୍ଗରାଜ ମିଶ୍ର,ଦୀପକ ନାୟକ,ସଂଜୀବ ରଣଜିତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes