ରାଜ୍ୟ ସିନିଅର ବେଡ଼ମିଣ୍ଟନ ଚମ୍ପିଆନସିପ ଆରମ୍ଭ

ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଆଜି ରାଜ୍ୟ ସିନିଅର ଚମ୍ପିଆନସିପ ଆରମ୍ଭ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ  ୨୪ ଜଣ ମହିଳା ଖେଳାଳି ଓ ୧୦୭ ଜଣ ପୁରୁଷ ଖେଳାଳି ଭାଗ ନେଇଛନ୍ତି ।

ପ୍ରଥମ ଦିନରେ ଉଭୟ ବର୍ଗରେ ୮୪ ଗୋଟି ମ୍ୟାଚର ବ୍ୟବସ୍ଥା ରହିଛି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିନିଅର ବେଡ଼ମିଣ୍ଟନ ଶୁଭାରମ୍ଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes