ଧାମନଗରରେ ଖୋଲାଖୋଲି ଆଚରଣବିଧି ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି ବିଜେପି।
ଫେରାଦ ପରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଯେଉଁମାନଙ୍କ ହାତରେ ନିର୍ବାଚନ ଦାୟିତ୍ୱ ଅଛି ସେମାନେ ହିଁ ଉଲ୍ଲଂଘନ କରୁଛନ୍ତି। ବିଜେଡି କର୍ମୀ ସମ୍ମିଳନୀରେ ପଞ୍ଚାୟତ ପିଛା କୋଟିଏ ଅଫର ଦିଆଯାଉଛି। ଅଫର୍ ଭିଡିଓ ଭାଇରାଲ ହୋଇଥିଲେ ବି ସିଇଓ ପଦକ୍ଷେପ ନେଇନାହାନ୍ତି, ଜିଲ୍ଲା ପ୍ରଶାସନ, ପୁଲିସ ବିଜେଡି ପ୍ରଚାରରେ ଲାଗିଛନ୍ତି, ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ, ବିଜେପି ଇସିଆଇଙ୍କ ଦୃଷ୍ଟିକୁ ନେବ ବୋଲି ସମୀର ମହାନ୍ତି କହିଛନ୍ତି।