ଆସନ୍ତା ଅକ୍ଟୋବର ୨୭ ତାରିଖ ଗୁରୁବାର ୯ ଘଟିକା ସମୟରେ କେନ୍ଦୁଝର ମାଇନିଂରୋଡ ସ୍ଥିତ ମାତୃନିଳୟ ଠାରୁ ଶ୍ରୀଅରବିନ୍ଦଙ୍କ ଚେତନା ଜାଗରଣ ଯାତ୍ରାର ଶୁଭାରମ୍ଭ ହେବ ।
ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ସାରା ଭାରତରେ ଆଧ୍ୟାତ୍ମିକ ଚେତନାର ମହତବାଣୀ ଜନମାନସରେ ପହଞ୍ଚେଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ଠାରୁ ଜଣାପଡ଼ିଛି। କେନ୍ଦୁଝରରୁ ଯାତ୍ରା ଆରମ୍ଭ କରି ଦୀର୍ଘ ୧୫ ଦିନ ବ୍ୟାପୀ ଜିଲ୍ଲାର ସବୁ ବ୍ଲକ ପରିକ୍ରମା କରିବ ।