ଗୋପାଳପୁର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଆସନ୍ତା କାଲି ରଥଟଣାକୁ ନେଇ ଆଜି ସ୍ଥାନୀୟ ଭଞ୍ଜ ବିହାର ଫାଣ୍ଡି ଅଧିକାରୀ ଏସ ଶଙ୍କର ରାଓ ଜଗନ୍ନାଥ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି।
ରଥ ଟଣା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିବା, ଅସଭ୍ୟ ଭାଷା ନ କହିବା ଆଦି ଉପରେ ପରାମର୍ଶ ଦେଇଥିଲେ।