ଯୋଗ୍ୟତା ଭିତ୍ତିକ ଦରମା ଦାବିରେ ୧ ରୁ ସମୂହ ଛୁଟି ରେ ଯିବେ ଅମଲା

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ କେନ୍ଦୁଝର ଶାଖା ପକ୍ଷରୁ ପ୍ରେସମିଟ ଆବାହକ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।

ସ୍ନାତକଯୋଗ୍ୟତା ଭିତ୍ତିକ ମୂଳ ଦରମା (ଗ୍ରେଡ ପେ ୪୨୦୦ – ଲେବୁଲ ୯)ଦାବିକୁ ସରକାର ପୂରଣ କରୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଆସନ୍ତା ୧ ତାରିଖରୁ ସମୂହ ଛୁଟିରେ ଯିବାକୁ ନେଇଥିବା ନିଷ୍ପତି ଅନୁଯାୟୀ ଛୁଟିରେ ଯିବେ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ରଣା, ଜିତେନ୍ଦ୍ର ମହାପାତ୍ର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏବେ ସମସ୍ତେ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରି ପ୍ରତିବାଦ କରି ଆସିଥିବା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes